ମଧୁମେହ ବା ଡାଏବେଟିସ୍‍ ଅର୍ଥ ହେଉଛି ଆପଣଙ୍କ ରକ୍ତରେ ବହୁ ପରିମାଣରେ ଶର୍କରା ରହିଛି । ଯେତେବେଳେ ଆପଣଙ୍କ ଶରୀର ଇନସୁଲିନ ନାମକ ଏକ ରାସାୟନିକ ପଦାର୍ଥ, କିମ୍ବା ହର୍ମୋନ୍‍ ଯଥେଷ୍ଟ ମାତ୍ରାରେ ତିଆରି କରିନଥାଏ ସେତେବେଳେ ଉଚ୍ଚ ରକ୍ତ ଶର୍କରା ସମସ୍ୟା ଆରମ୍ଭ ହୋଇଥାଏ ।

ଆପଣଙ୍କ ଶରୀର ଆପଣ ଖାଉଥିବା ଅଧିକାଂଶ ଖାଦ୍ୟକୁ ଗ୍ଲୁକୋଜ୍‍‍ ନାମକ ଏକ ପ୍ରକାରର ଶର୍କରାକୁ ବଦଳାଇଥାଏ ।

ଏହି ଶର୍କରା ଆପଣଙ୍କ ଶରୀରରେ ଥିବା ସମସ୍ତ କୋଷକୁ ରକ୍ତ ମାଧ୍ୟମରେ ଗତି କରିଥାଏ । ଆପଣଙ୍କୁ ଶକ୍ତି ଦେବା ପାଇଁ ଆପଣଙ୍କ ଶରୀରର କୋଷଗୁଡିକ ଶର୍କରା ଆବଶ୍ୟକ କରିଥାଏ ।

ଇନସୁଲିନ ଶର୍କରାକୁ ଆପଣଙ୍କ ରକ୍ତରୁ କୋଷଗୁଡିକୁ ସ୍ଥାନାନ୍ତର କରିବାରେ ସହାୟତା କରିଥାଏ । ଇନସୁଲିନ ବିନା, ଆପଣଙ୍କ କୋଷଗୁଡିକ ଆପଣଙ୍କୁ ଶକ୍ତିସମ୍ପନ୍ନ ରଖିବା ପାଇଁ ଆବଶ୍ୟକ କରୁଥିବା ଶର୍କରା ପାଇପାରିବ ନାହିଁ ।

ଆପଣଙ୍କ ରକ୍ତରୁ ଆପଣଙ୍କ ଶରୀରର କୋଷଗୁଡିକୁ ଶର୍କରା ସ୍ଥାନାନ୍ତର କରିବା ଦ୍ୱାରା, ଇନସୁଲିନ ଆପଣଙ୍କ ରକ୍ତ ଶର୍କରା ସ୍ତରକୁ ସାଧାରଣ ରଖିବାରେ ସହାୟତା କରିଥାଏ (ବହୁତ ଅଧିକ ନୁହେଁ; ବହୁତ କମ୍‍ ନୁହେଁ) ।

ଯେତେବେଳେ ଆପଣଙ୍କର ଉଚ୍ଚ ରକ୍ତ ଶର୍କରା ସ୍ତରକୁ କମ୍‍ କରିବା ପାଇଁ ଯଥେଷ୍ଟ ଇନସୁଲିନ ନଥାଏ ଏହାର ଅର୍ଥ ହେଉଛି ଆପଣ ଡାଏବେଟିସରେ ପୀଡିତ ଅଛନ୍ତି ।

ଉଚ୍ଚ ରକ୍ତ ଶର୍କରା ସ୍ତର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାଗୁଡିକ ସୃଷ୍ଟି କରିପାରେ

ଡାଏବେଟିସ୍‍କୁ ଚିକିତ୍ସା କରାଯାଇପାରିବ, ଏବଂ ଚିକିତ୍ସା କରାଯିବା ଉଚିତ୍‍ ।

 

ଆପଣଙ୍କ ଶରୀର ଆଦୌ ଇନସୁଲିନ ତିଆରି କରେନାହିଁ

ଆପଣଙ୍କ ଶରୀର ଯଥେଷ୍ଟ ଇନସୁଲିନ ତିଆରି କରୁନାହିଁ, କିମ୍ବା ଆପଣଙ୍କ ଶରୀର ତିଆରି କରୁଥିବା ଇନସୁଲିନ ସଠିକ ରୂପେ କାମ କରୁନାହିଁ

ଆପଣଙ୍କ ରକ୍ତରୁ କୋଷଗୁଡିକୁ ଶର୍କରା ସ୍ଥାନାନ୍ତର କରିବା ପାଇଁ ଆପଣଙ୍କର ଯଥେଷ୍ଟ ଇନସୁଲିନ ନଥିବାରୁ ରକ୍ତ ଶର୍କରା ସ୍ତର ଉଚ୍ଚ ରହିଥାଏ । 

 

ଟାଇପ୍‍ 2 ଡାଏବେଟିସରେ, ଶରୀର ଇନସୁଲିନ୍‍ ତିଆରି କରିପାରେ, କିନ୍ତୁ ଯଥେଷ୍ଟ ନୁହେଁ ।

କିମ୍ବା ଶରୀର ତିଆରି କରୁଥିବା ଇନସୁଲିନ ସଠିକ ରୂପେ କାର୍ଯ୍ୟ କରେନାହିଁ 

ଟାଇପ୍‍ 2 ଡାଏବେଟିସ୍‍ ବହୁ ସମୟରେ ପ୍ରାପ୍ତ ବୟସ୍କଙ୍କ ଠାରେ ଆରମ୍ଭ ହୋଇଥାଏ, କିନ୍ତୁ ପିଲାଙ୍କ ଠାରେ ମଧ୍ୟ ହୋଇପାରେ ।

ଏହା ଅତ୍ୟଧିକ ଓଜନ ବିଶିଷ୍ଟ ଲୋକଙ୍କ ଠାରେ ଅଧିକ ସାଧାରଣ ଅଟେ କିମ୍ବା ଯଦି ପରିବାରରେ କାହାର ଡାଏବେଟିସ୍‍ ରହିଥାଏ ।