Type 1 Oriya – ଡାଏବେଟିସ୍‍ କଣ?

ମଧୁମେହ ବା ଡାଏବେଟିସ୍‍ ଅର୍ଥ ହେଉଛି ଆପଣଙ୍କ ରକ୍ତରେ ବହୁ ପରିମାଣରେ ଶର୍କରା ରହିଛି । ଯେତେବେଳେ ଆପଣଙ୍କ ଶରୀର ଇନସୁଲିନ ନାମକ ଏକ ରାସାୟନିକ ପଦାର୍ଥ, କିମ୍ବା ହର୍ମୋନ୍‍ ଯଥେଷ୍ଟ ମାତ୍ରାରେ ତିଆରି କରିନଥାଏ ସେତେବେଳେ ଉଚ୍ଚ ରକ୍ତ ଶର୍କରା ସମସ୍ୟା ଆରମ୍ଭ ହୋଇଥାଏ । ଆପଣଙ୍କ ଶରୀର ଆପଣ ଖାଉଥିବା ଅଧିକାଂଶ ଖାଦ୍ୟକୁ ଗ୍ଲୁକୋଜ୍‍‍ ନାମକ ଏକ ପ୍ରକାରର ଶର୍କରାକୁ ବଦଳାଇଥାଏ । ଏହି ଶର୍କରା ଆପଣଙ୍କ ଶରୀରରେ ଥିବା ସମସ୍ତ କୋଷକୁ ରକ୍ତ ମାଧ୍ୟମରେ ଗତି କରିଥାଏ । ଆପଣଙ୍କୁ ଶକ୍ତି ଦେବା ପାଇଁ ଆପଣଙ୍କ ଶରୀରର କୋଷଗୁଡିକ ଶର୍କରା ଆବଶ୍ୟକ କରିଥାଏ । ଇନସୁଲିନ ଶର୍କରାକୁ ଆପଣଙ୍କ ରକ୍ତରୁ କୋଷଗୁଡିକୁ ସ୍ଥାନାନ୍ତର କରିବାରେ ସହାୟତା କରିଥାଏ । ଇନସୁଲିନ ବିନା, ଆପଣଙ୍କ କୋଷଗୁଡିକ ଆପଣଙ୍କୁ ଶକ୍ତିସମ୍ପନ୍ନ ରଖିବା ପାଇଁ ଆବଶ୍ୟକ କରୁଥିବା ଶର୍କରା ପାଇପାରିବ ନାହିଁ । ଆପଣଙ୍କ ରକ୍ତରୁ ଆପଣଙ୍କ ଶରୀରର କୋଷଗୁଡିକୁ ଶର୍କରା ସ୍ଥାନାନ୍ତର କରିବା ଦ୍ୱାରା, ଇନସୁଲିନ ଆପଣଙ୍କ ରକ୍ତ ଶର୍କରା ସ୍ତରକୁ ସାଧାରଣ ରଖିବାରେ ସହାୟତା କରିଥାଏ (ବହୁତ ଅଧିକ ନୁହେଁ; ବହୁତ କମ୍‍ ନୁହେଁ) । ଯେତେବେଳେ ଆପଣଙ୍କର ଉଚ୍ଚ ରକ୍ତ ଶର୍କରା ସ୍ତରକୁ କମ୍‍ କରିବା ପାଇଁ ଯଥେଷ୍ଟ ଇନସୁଲିନ ନଥାଏ ଏହାର ଅର୍ଥ ହେଉଛି ଆପଣ ଡାଏବେଟିସରେ ପୀଡିତ ଅଛନ୍ତି । ଉଚ୍ଚ ରକ୍ତ ଶର୍କରା ସ୍ତର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାଗୁଡିକ ସୃଷ୍ଟି କରିପାରେ ଡାଏବେଟିସ୍‍କୁ ଚିକିତ୍ସା କରାଯାଇପାରିବ, ଏବଂ ଚିକିତ୍ସା କରାଯିବା ଉଚିତ୍‍ ।

Type 1 Oriya – କେତେବେଳେ ଆପଣଙ୍କୁ ଡାଏବେଟିସ ହୋଇଥାଏ?

ଆପଣଙ୍କ ଶରୀର ଆଦୌ ଇନସୁଲିନ ତିଆରି କରେନାହିଁ ଆପଣଙ୍କ ଯଥେଷ୍ଟ ଇନସୁଲିନ ତିଆରି କରୁନାହିଁ, କିମ୍ବା ଆପଣଙ୍କ ଶରୀର ତିଆରି କରୁଥିବା ଇନସୁଲିନ ସଠିକ ରୂପେ କାମ କରୁନାହିଁ । ଆପଣଙ୍କ ରକ୍ତରୁ କୋଷଗୁଡିକୁ ଶର୍କରା ସ୍ଥାନାକରିବା ପାଇଁ ଆପଣଙ୍କର ଯଥେଷ୍ଟ ଇନସୁଲିନ ନଥିବାରୁ ରକ୍ତ ଶର୍କରା ସ୍ତର ଉଚ୍ଚ ରହିଥାଏ ।

Type 1 Oriya – ଟାଇପ୍‍ 1 ଡାଏବେଟିସ୍‍

ଏହି ଟାଇପ୍‍ 1 ଡାଏବେଟିସରେ, ଶରୀର ଇନସୁଲିନ ତିଆରି କରିପାରିବ ନାହିଁ । ଟାଇପ୍‍ 1 ଡାଏବେଟିସ୍‍ ବହୁ ସମୟରେ ବୟସ୍କଙ୍କ ତୁଳନାରେ ପିଲା ଏବଂ ତରୁଣଙ୍କ ଠାରେ ଅଧିକ ଦେଖା ଦେଇଥାଏ । ଟାଇପ୍‍ 1 ଡାଏବେଟିସରେ ପୀଡିତ ଲୋକମାନେ ସେମାନଙ୍କର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ପାଇଁ ଇନସୁଲିନ୍‍ ଇଞ୍ଜେକସନ୍‍ ନେବା ଉଚିତ୍‍ ।

Type 1 Oriya – ଟାଇ‍ପ୍‍ 1 ଡାଏବେଟିସ୍‍ର ଲକ୍ଷଣଗୁଡିକ

  • ଅତ୍ୟଧିକ ଶୋଷ ଲାଗିବା
  • ବାରମ୍ବାର ପରିସ୍ରା
  • ଏକ ଫଳ ପରି ବାସ୍ନା
  • କ୍ଲାନ୍ତି ଦୁର୍ବଳତା
  • ପରିସ୍ରାରେ ଶର୍କରା
  • ଅତ୍ୟଧିକ ଓଜନ ହାନି

Type 1 Oriya – ଡାଏବେଟିସର ଜଟିଳତାଗୁଡିକ

ଇନସୁଲିନ ହେଉଛି ଏକ ହର୍ମୋନ୍‍ ଯାହା ଗ୍ଲୁକୋଜ୍‍କୁ (ଆପଣ ଖାଉଥିବା ଖାଦ୍ୟଗୁଡିକରୁ ଉତ୍ପନ୍ନ ହୋଇଥାଏ) ରକ୍ତସ୍ରୋତ ବା ବ୍ଲଡ୍‍ଷ୍ଟ୍ରିମ୍‍ରୁ ଶରୀରର କୋଷଗୁଡିକୁ ବୋହି ନେବା ପାଇଁ ଜରୁରୀ ହୋଇଥାଏ, ଯେଉଁଠାରେ ଏହା ଶକ୍ତି ପାଇଁ ବ୍ୟବହୃତ ହୋଇଥାଏ । ଯେତେବେଳେ ଯଥେଷ୍ଟ ଇନସୁଲିନ ନଥାଏ, ରକ୍ତରେ ଗ୍ଲୁକୋଜ୍‍ ଗଠନ ହୋଇଥାଏ, ଯାହା ଲୋକଙ୍କୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାଗୁଡିକ ପାଇଁ ବିପଦ ଆଶଙ୍କାରେ ରଖିଥାଏ, ଯଥା

  • ହୃଦ୍‍ଘାତ ଏବଂ ଷ୍ଟ୍ରୋକ୍‍
  • ବୃକକ୍‍ ବା କିଡନୀ ସମସ୍ୟାଗୁଡିକ
  • ପାଦରେ କାଲୁଆପଣ ଏବଂ ଘା ଯାହା ଭଲ ହୋଇନଥାଏ
  • ଦୃଷ୍ଟିଶକ୍ତିରେ ସମସ୍ୟାଗୁଡିକ ଆପଣ ରକ୍ତ ଶର୍କରା ସ୍ତରକୁ ଯଥା ସମ୍ଭବ ସାଧାରଣ ରଖିବା
ଦ୍ୱାରା ଡାଏବେଟିସ୍‍ର ଦୀର୍ଘସ୍ଥାୟୀ ଜଟିଳତାଗୁଡିକୁ ପ୍ରତିରୋଧ କିମ୍ବା ବିଳମ୍ବିତ କରିପାରିବେ ।