GDM Oriya – ଜେଷ୍ଟେସନାଲ୍ ଡାଇବେଟିସ୍ କହିଲେ କଣ ବୁଝାଏ?

  • ଡାଇବେଟିସ ଯାହାକି ଗର୍ଭାବସ୍ଥାରେ ବିକଶିତ ହୁଏ ତାହାକୁ ଜେଷ୍ଟେସନାଲ୍ ଡାଇବେଟିସ୍ କୁହାଯାଏ।
  • ଏହା ଦେଖାଦେଇଥାଏ କାରଣ ଆପଣଙ୍କ ଶରୀର ଗର୍ଭାବସ୍ଥାର ଅତିରିକ୍ତ ଆବଶ୍ୟକତା ପୂରଣ କରିବା ପାଇଁ ଯଥେଷ୍ଟ ଇନସୁଲିନ୍ (ରକ୍ତ ଶର୍କରା ନିୟନ୍ତ୍ରଣ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ହର୍ମୋନ୍) କ୍ଷରଣ କରିପାରେ ନାହିଁ। ଏହା ଫଳରେ ଉଚ୍ଚ ରକ୍ତ ଶର୍କରା ସ୍ତର ଦେଖାଯାଇଥାଏ।
  • ଜେଷ୍ଟେସନାଲ୍ ଡାଇବେଟିସ୍ ସାଧାରଣତଃ ଗର୍ଭାବସ୍ଥାର ମଧ୍ୟଭାଗ ବା ଶେଷ ଆଡକୁ ଆରମ୍ଭ ହୋଇଥାଏ।

GDM Oriya – ଜେଷ୍ଟେସନାଲ୍ ଡାଇବେଟିସ୍ କେତେ ସାଧାରଣ ହୋଇଥାଏ?

  • ଜେଷ୍ଟେସନାଲ୍ ଡାଇବେଟିସ ଅତ୍ୟନ୍ତ ସାଧାରଣ ହୋଇଥାଏ।
  • ଏହା ଗର୍ଭାବସ୍ଥାରେ 100 ଜଣ ମହିଳାଙ୍କ ମଧ୍ୟରୁ ପ୍ରାୟ 18 ଜଣ ପର୍ଯ୍ୟନ୍ତଙ୍କୁ ପ୍ରଭାବିତ କରିପାରେ।

GDM Oriya – ଓଜନ ଲାଭ

  • ସୁନିୟନ୍ତ୍ରିତ ରକ୍ତ ଶର୍କରା ସହିତ  ଓଜନ, ଆପଣଙ୍କ ଓଜନ ଏବଂ ଗର୍ଭାବସ୍ଥାରେ ଓଜନ ଲାଭ ଉପରେ ଆପଣଙ୍କ ଗର୍ଭସ୍ଥ ଶିଶୁ ଓଜନ ଲାଭ ଉପରେ ବଡ଼ ଧରଣର ପ୍ରଭାବ ପକାଇଥାଏ।
  • ଆପଣଙ୍କର ବିଏମଆଇ ଯେତେ ଅଧିକ ରହେ ଏବଂ ଗର୍ଭାବସ୍ଥାରେ ଓଜନଲାଭ ଯେତେ ଅଧିକ ରହେ, ଆପଣଙ୍କ ଗର୍ଭସ୍ଥ ଶିଶୁର ଓଜନ ସେତେ ଅଧିକ ବଢ଼େ। ତେଣୁ ଜନ୍ମ ପୂର୍ବରୁ ଶିଶୁ ଅତ୍ୟଧିକ ଓଜନବିଶିଷ୍ଟ ହେବାର ଆଶଙ୍କା ରହିଥାଏ।
  • ତେଣୁ ଗର୍ଭାବସ୍ଥାର ପ୍ରଥମାର୍ଦ୍ଧରେ ଅଳ୍ପ ଓଜନ ଲାଭ କରିବାର ଲକ୍ଷ୍ୟ ରଖିବା ଭଲ, ଯାହାଫଳରେ ଗର୍ଭାବସ୍ଥାର ଦ୍ୱିତୀୟ ଅବସ୍ଥାରେ ଅଧିକ ଓଜନଲାଭ ପାଇଁ ସୁଯୋଗ ରହିବ।